Report Card Odisha

| Daily Odia News

ଗିରଫ ହେଲେ ଟୁଟୁ ନାୟକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଆ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ । ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ଜୋନ୍‌-୧ ଏସିପି ମାନସ ଗଡ଼ନାୟକ।ତାଙ୍କ ବିରୋଧରେ ପୋଲିସ  ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧(ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶାଳୀନ ମନ୍ତବ୍ୟ ପ୍ରୟୋଗ) ଆଦି ଦଫା ଲଗାଇଛି।  ଶୁକ୍ରବାର ଓଡ଼ିଆ ଫିଲ୍ମ ‘ପ୍ରଥା’ ରିଲିଜ ହୋଇଥିଲା। ଏହି ଫିଲ୍ମର ପ୍ରମିୟର ଶୋ’ ଦେଖିବା ପାଇଁ ସିନେ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ନିମନ୍ତ୍ରଣ ପାଇ ସିନେ ସାମ୍ୱାଦିକ ଦେବସ୍ମିତା ରାଉତ ଯୋଗଦେଇଥିଲେ। ଫିଲ୍ମ ଦେଖିବାର କିଛି ସମୟ ପରେ ବାହାରକୁ ଆସିଥିଲେ। ଗେଟ୍‌ ମଝିରେ ଛିଡ଼ା ହୋଇଥିଲେ। ସେହି ସମୟରେ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ତାଙ୍କୁ ପ୍ରଥମେ ଠେଲି ଦେଇଥିଲେ। ପରେ ତାଙ୍କ ଗାଲ୍‌କୁ ଚାପୁଡାଏ ମାରିଥିଲେ।

 

Breaking News