ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋଦୀ ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ କେନ୍ଦ୍ର ୮୧.୩୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି। ଗତ ବର୍ଷ ସରକାର ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହି ସମୟସୀମା ଶେଷ ହେବାକୁ ଯାଉଛି। ଖବର ଆସିଛି କି ଡିସେମ୍ବର ୩୧ ପୂର୍ବରୁ ବଜାରରେ ଶସ୍ତା ଅଟା ମିଳିବ। ଏହି କ୍ରମରେ ଗହମ ସହ ଅଟା ମୂଲ୍ୟ ବୃଦ୍ଧି ମଧ୍ୟରେ ସରକାର ଶସ୍ତାରେ ଅଟା ବିକ୍ରୟ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ସରକାର ଭାରତ କମ୍ପାନି ଅଧିନରେ କିଲୋଗ୍ରାମ ପିଛା ୨୭.୫ ଟଙ୍କା ମୂଲ୍ୟରେ ଅଟା ବିକ୍ରିୟ କରିବେ। ଆସନ୍ତା ୭ ତାରିଖ ଅର୍ଥାତ ନଭେମ୍ବର ୭ରୁ ଶସ୍ତାରେ ଅଟା ବିକ୍ରି ହେବାର ଆଶା କରାଯାଉଛି। ବର୍ତ୍ତମାନ ବଜାରରେ ନାମୀ କମ୍ପାନି ଅଟାର ମୂଲ୍ୟ କିଲୋଗ୍ରାମ ପିଛା ୩୫ ଟଙ୍କାରୁ ୪୦ ଟଙ୍କା ରହିଛି। ଏହା ସହିତ ମଧ୍ୟପ୍ରଦେଶରେ ଗହମରୁ ପ୍ରସ୍ତୁତ ଅଟାର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୪୫ ଟଙ୍କା ରହିଥିବା ବେଳେ ସାଧାରଣ ପ୍ୟାକେଟ ବିଶିଷ୍ଟ ୧୦ କିଲୋଗ୍ରାମ ବ୍ରାଣ୍ଡେଡ୍ ଅଟାର ମୂଲ୍ୟ ୩୭୦ ଟଙ୍କା ରହିଛି। ଏପରି ଭାବରେ ଭାରତ କମ୍ପାନି ଅଟା ୨୭୫ ଟଙ୍କାରେ ଉପଲବ୍ଧ ହେବ ବୋଲି କୁହାଯାଉଛି। ଶସ୍ତାରେ ଅଟା ବିକ୍ରୟ ପାଇଁ ରାଷ୍ଟ୍ରୀୟ ଉପଭୋକ୍ତ ସହକାରୀ ସଂଘକୁ ନୋଡାଲ ଏଜେନ୍ସି କରାଯିବ। ଭାରତୀୟ ଖାଦ୍ୟ ନିଗମ ଭାରତ କମ୍ପାନି ଅଟା ପାଇଁ ପ୍ରାୟ ୨.୫ ଲକ୍ଷ ଟନ୍ ଗହମ ଆବଣ୍ଟିତ କରୁଛି ବୋଲି ଜଣାପଡ଼ିଛି। ବଜାରରେ ଗହମରୁ ପ୍ରସ୍ତୁତ ଅଟା ୧୦ ଏବଂ ୩୦ କିଲୋଗ୍ରାମ ପ୍ୟାକେଟରେ ଉପଲବ୍ଧ ହେବ। ଏହି ଅଟାର ୧୦ କିଲୋଗ୍ରାମ ବିଶିଷ୍ଟ ପ୍ୟାକେଟ୍ ପ୍ରାୟ ୨୭୫ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ନିଷ୍ପତ୍ତି ନିଆଯାଇଛି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..