ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀପାବଳି ଅବସରରେ ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ ଆୟୋଜନ ହୋଇଛି। ପ୍ରଭୁ ଶ୍ରୀରାମଙ୍କ ନଗରୀରେ ଶନିବାର ୨୨ ଲକ୍ଷ ୨୩ ହଜାରରୁ ଅଧିକ ଦୀପ ପ୍ରଜ୍ବଳନ ହୋଇଥିବା ବେଳେ ଏହା ନୂଆ ରେକର୍ଡ କରିଛି। ଦୀପୋତ୍ସବ ଅବସରର ବିଭିନ୍ନ ସାଂସ୍କୃତିକ ମେଢ଼ ଏବଂ ଲୋକନୃତ୍ୟ ଦେଖିବାକୁ ମିଳିଥିଲା। ମେଢ଼ଗୁଡ଼ିକରେ ରାମାୟଣର ବିଭିନ୍ନ ଘଟଣା ପ୍ରଦର୍ଶିତ ହେଇଥିଲା। ଅୱଧ ବିଶ୍ବବିଦ୍ୟାଳୟ ଏବଂ ଅଯୋଧ୍ୟା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫ ହଜାରରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ଏକ ସମୟରେ ଦୀପ ପ୍ରଜ୍ବଳନ ପାଇଁ ନିୟୋଜିତ କରାଯାଇଥିଲା। ‘ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ୍ସ’ର ଏକ ଟିମ୍ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଦୀପ ଗଣତି କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୀପୋତ୍ସବକୁ ଉଦ୍ଘାଟନ କରିଥିଲେ।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..