ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପର ଲକ୍ ଥାନା ଅଞ୍ଚଳରେ ଆଜି ଭୋର ସମୟରେ ଜଳି ଯାଇଛି ଏକ ବାଣ ଦୋକାନ। ପାରାଦୀପ ଉପକଣ୍ଠ ନୂଆଗଡ଼ ଛକରେ ଖୋଲିଥିବା ଏହି ଅସ୍ଥାୟୀ ବାଣ ଦୋକାନରେ ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ବାଣ ଜଳି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି | ବାଣ ଦୋକାନରେ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଏହାକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ | ନିଆଁ ସଂସ୍ପର୍ଶରେ ଆସି ବାଣଗୁଡ଼ିକ ଫୁଟିବା ଆରମ୍ଭ କରିବାରୁ ନିଆଁ ଲିଭାଇବା ସମ୍ଭବ ହୋଇନଥିଲା। ସବୁ ବାଣ ଜଳି ଯିବା ପରେ ନିଆଁ ଲିଭିଥିଲା ବୋଲି ଜଣାପଡ଼ିଛି।






More Stories
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..
ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା…..