ରିପୋର୍ଟ କାର୍ଡ / ସୁବର୍ଣ୍ଣପୁର
ପରିତ୍ୟକ୍ତ ବୋରୱେଲରେ ଖସି ପଡ଼ିଲେ ବୃଦ୍ଧା। ଏଭଳି ଅଘଟଣ ଘଟିଛି ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ଗାଁରେ। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ବନ୍ଧୁ ଘରୁ ନିଜ ଘରକୁ ଫେରିଲା ବେଳେ ବୟସ ୮୦ ବର୍ଷିୟ ବୃଦ୍ଧା ବୋରୱେଲରେ ଖସି ପଡ଼ିଛନ୍ତି । ଗତକାଲି ରାତିରେ ବୃଦ୍ଧା ଜଣଙ୍କ ରାତିରେ ବନ୍ଧୁ ଘରୁ ନିଜ ଘରକୁ ଫେରୁଥିଲେ। ଅସାବଧାନତା କାରଣରୁ ବୃଦ୍ଧା ଜଣଙ୍କ ପ୍ରାୟ ୨୦ ଫୁଟର ପରିତ୍ୟକ୍ତ ବୋରୱେଲ ଗାତରେ ଖସି ପଡ଼ିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଆସିଷ୍ଟାଣ୍ଡ ଫାୟାର ଅଫିସର ଧନଞ୍ଜୟ ମଲ୍ଲିକ କହିଛନ୍ତି, ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ଗାତ ଭିତକୁ ଅକ୍ସିଜନ ସପ୍ଲାଏ କରାଯାଉଛି। ଦୁଇଟି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜେସିବି ଯୋଗାଇ ଦିଆଯାଇଛି। ୧୦ ଫୁଟ୍ ଦୂରତାରେ ଗାତ ଖୋଳାଯାଉଛି। ବୃଦ୍ଧା ଜଣଙ୍କ ଗାତ ଭିତରୁ କିଛି ଉତ୍ତର ଦେଉ ନାହାନ୍ତି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ…..
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ…..