ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଜାତିଆଣ ହିଂସାକୁ ଦମନ କରିବା ଲାଗି କେନ୍ଦ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୈତେଇ ସମ୍ପ୍ରଦାୟର ୮ଟି ସଂଗଠନକୁ ନିଷିଦ୍ଧ କରିଛନ୍ତି। ନିଷିଦ୍ଧ ହୋଇଥିବା ସଂଗଠନଗୁଡିକ ହେଲା ପିପୁଲ୍ସ ଲିବରେସନ ଆର୍ମି , ରିଭୋଲ୍ୟୁସନାରୀ ପିପୁଲ୍ସ ପାର୍ଟି, ୟୁନାଇଟେଡ୍ ନ୍ୟାସନାଲ ଲିବରେସନ ଫ୍ରଣ୍ଟ, ମଣିପୁର ପିପୁଲ୍ସ ଆର୍ମି , ଦ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ୍ କାଙ୍ଗଲେଇପାକ୍ , ରେଡ ଆର୍ମି ବା କାଙ୍ଗଲେଇପାକ୍ କମ୍ୟୁନିଷ୍ଟି ପାର୍ଟି , କାଙ୍ଗଲେଇ ୟୋଲ କାନବା ଲୁପ୍,କୋଡ଼ିନେଟନ କମିଟି ଓ ଆଲାଏନ୍ସ ଫର ସୋସିଆଲିଷ୍ଟ ୟୁନିଟ୍ କାଙ୍ଗଲେଇପାକ୍ । ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ର ୧୯୬୭ ଅନୁଯାୟୀ ଏହି ସଂଗଠନଗୁଡିକ ନିଷିଦ୍ଧ କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଯେ ଏହି ସଂଗଠନଗୁଡିକ ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ରହିଥିଲେ। ଗତ ମେ ୩ ତାରିଖରୁ ମଣିପୁରରେ ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଲାଗି ରହିଛି। ଏହି ହିଂସାରେ ୧୭୫ଜଣଙ୍କର ମୃତ୍ୟୁ ହେଲାଣି। ଏହା ସହିତ ହଜାର ହଜାର ଲୋକ ଘରଦ୍ବାର ହରାଇ ରିଲିଫ ଶିବିରରେ ରହୁଛନ୍ତି।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..