ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପପ୍ଷ୍ଟାର୍ ମାଇକେଲ୍ ଜ୍ୟାକ୍ସନ୍ ପିନ୍ଧୁଥିବା ଗୋଟାଏ କଳା-ଧଳା ଚମଡ଼ା ଜ୍ୟାକେଟ୍କୁ ସମ୍ପ୍ରତି ଲଣ୍ଡନ୍ରେ ୩୦୬,୦୦୦ ଡଲାର୍ ବା ଭାରତୀୟ ମୁଦ୍ରାରେ ୨.୫ କୋଟି ଟଙ୍କାର ନିଲାମ କରାଯାଇଛି। ପ୍ରାୟ ୪୦ ବର୍ଷ ତଳେ ୧୯୮୪ ମସିହାରେ ‘ପେପ୍ସି’ର ଏକ ବିଜ୍ଞାପନରେ ଜ୍ୟାକ୍ସନ୍ ଏହି ଜ୍ୟାକେଟ୍ ପିନ୍ଧିଥିଲେ। ଲଣ୍ଡନ୍ରେ ଏହି ଜ୍ୟାକେଟ୍ ନିଲାମ ଚାଲିଥିବା ବେଳେ ତାଙ୍କର ବହୁ ପ୍ରଶଂସକ ଓ ତଥ୍ୟ ସଂଗ୍ରାହକ ସମବେତ ହୋଇଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ନିଲାମକାରୀ ‘ପ୍ରପ୍ଷ୍ଟୋର୍’ ମାଇକେଲ୍ ଜ୍ୟାକ୍ସନ୍ଙ୍କ ଜ୍ୟାକେଟ୍କୁ ନିଲାମ ତାଲିକାଭୁକ୍ତ କରିଥିଲା। ଏହାଛଡ଼ା, ଉକ୍ତ ନିଲାମରେ ଅନ୍ୟାନ୍ୟ ସଙ୍ଗୀତଜ୍ଞମାନଙ୍କ ସହିତ ସମ୍ପୃକ୍ତି ଥିବା ୨୦୦ଟି ସଙ୍ଗୀତ ସ୍ମାରକୀ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ଥିଲା, ଏମି ୱାଇନ୍ହାଉସ୍ଙ୍କ ‘ହେୟାର୍ପିସ୍’, ଜର୍ଜ ମାଇକେଲ୍ଙ୍କ ‘ଜ୍ୟାକେଟ୍’ ଇତ୍ୟାଦି। ୧୯୮୪ରେ ପ୍ରଥମ ସିରିଜ୍ ‘ପେପ୍ସି’ ବିଜ୍ଞାପନ ସୁଟିଙ୍ଗ୍ ବେଳେ ଜ୍ୟାକ୍ସନ୍ ଉକ୍ତ କଳା-ଧଳା ଚମଡ଼ା ଜ୍ୟାକେଟ୍ ପିନ୍ଧିଥିଲେ। ଉଲ୍ଲେଖଯୋଗ୍ୟ, ୧୯୮୪ରେ ଜ୍ୟାକ୍ସନ୍ ‘ପେପ୍ସି’ର ଅନ୍ୟ ବିଜ୍ଞାପନ ସୁଟିଙ୍ଗ୍ କରୁଥିବା ବେଳେ ତାଙ୍କ କେଶରେ ନିଆଁ ଲାଗିଯାଇଥିଲା। ଫଳରେ ପୋଡ଼ିଯାଇ ଜ୍ୟାକ୍ସନ୍ ସାଙ୍ଘାତିକ ଆହତ ହୋଇଥିଲେ। କିନ୍ତୁ, ସେତେବେଳେ ସେ ଆଉ ଗୋଟାଏ ଜ୍ୟାକେଟ୍ ପିନ୍ଧିଥିଲେ।






More Stories
ଆଜି ଭାରତ ଆସୁଛନ୍ତି ପୁଟିନ୍……
ଆଗୁଆ ଇନ୍ଷ୍ଟଲ ହେବନି ‘ସଞ୍ଚାର ସାଥୀ’…..
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..