ରିପୋର୍ଟ କାର୍ଡ / ପୁରୀ
ପୁରୀ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। କୋଚିଂ ଡିପୋରେ ଥିବା ଟ୍ରେନରେ ଏହି ଅଗ୍ନିକାଣ୍ଡ ଘଟିଛି। ଏସି ବଗିରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି। ନିଆଁ ଲାଗିଥିବା ବଗିକୁ ଅନ୍ୟ ବଗି ଠାରୁ ଅଲଗା କରାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭାଇବା ଉଦ୍ୟମ ଜାରି ରହିଛି। ଘଟଣାର ତଦନ୍ତ କରାଯିବ ବୋଲି ରେଲୱେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।






More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି……
ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..