ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ମାଓବାଦୀମାନେ ହିଂସା ଘଟାଇଛନ୍ତି | ଗତକାଲି ରାତିରେ ଭାଂସୀ ଥାନା ଅଞ୍ଚଳରେ ରାସ୍ତା କାମ ପାଇଁ ନିୟୋଜିତ ହୋଇଥିବା ୧୪ଟି ଗାଡ଼ିକୁ ମାଓବାଦୀମାନେ ଜାଳି ଦେଇଛନ୍ତି। ସୂଚନା ଅନୁଯାୟୀ, ଭାଂସୀ ଥାନା ଠାରୁ ୨ କିଲୋମିଟର ଦୂରରେ ରାସ୍ତା ନିର୍ମାଣ କରାଯାଉଥିଲା। ରାତିରେ ଠିକାସଂସ୍ଥାର ଶିବିର ନିକଟରେ ୪ଟି ହାଇୱା, ୪ଟି ପକଅପ୍, ଗୋଟିଏ ଜେସିବି, ଗୋଟିଏ କ୍ରେନ, ଗୋଟିଏ ସିଫ୍ଟର ଟ୍ରକ, ଦୁଇଟି ପାଣି ଟ୍ୟାଙ୍କର ଓ ଗୋଟିଏ ମିକ୍ସର ମେସିନ ଗାଡ଼ି ରହିଥିଲା। ଗତକାଲି ରାତି ପ୍ରାୟ ୧ଟା ବେଳକୁ ୩୦ରୁ ଅଧିକ ମାଓବାଦୀ ଠିକାଦାର ଶିବିର ନିକଟକୁ ଆସିଥିଲେ। ସେଥିରୁ କେତେ ଜଣ ମାଓବାଦୀ ପୋଷାକ ପିନ୍ଧି ଅସ୍ତ୍ରଶସ୍ତ୍ର ଧରିଥିବା ବେଳେ ଆଉ କିଛି ଗ୍ରାମୀଣ ବେଶରେ ଥିଲେ। ସେଠାରେ ଥିବା ୧୪ଟି ଗାଡ଼ିର ତେଲ ଟାଙ୍କିକୁ ଭାଙ୍ଗି ଦେଇ ସେଥିରେ ମାଓବାଦୀମାନେ ନିଆଁ ଲଗାଇ ଦେଇଥିଲେ। କିଛି ସମୟ ରହିବା ପରେ ନିକଟ ଜଙ୍ଗଲ ଭିତରକୁ ମାଓବାଦୀମାନେ ପଳାଇଥିଲେ। ସୂଚନା ପାଇ ଭାଂସୀ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..