Report Card Odisha

| Daily Odia News

ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିବ ଷ୍ଟିକର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିବ ଷ୍ଟିକର | ରାଜ୍ୟ ସରକାରଙ୍କ ପକ୍ଷରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଥିବା ସାଇକେଲରେ ଷ୍ଟିକର ଲଗାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜିଲ୍ଲା ଓ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସାଇକେଲରେ ଷ୍ଟିକରିଂ କରାଯିବ। ଆସନ୍ତା ୩୦ ତାରିଖରେ ଏହି ଷ୍ଟିକର ଲଗାଇବାକୁ ନିର୍ଦେଶ ଦିଆଯାଇଛି। ‘ଗଙ୍ଗାଧର ମେହର ଶିକ୍ଷା ମାନକ ବୃଦ୍ଧି ଯୋଜନା’ରେ ସାଇକେଲ ପାଇଁ ଛାତ୍ରୀଛାତ୍ରଙ୍କୁ ୩୫୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି। ନୂଆ ସାଇକେଲ ନେଇ ସେମାନେ ଗୁରୁବାର ସ୍କୁଲକୁ ଆସିବେ। ବିଦ୍ୟାଳୟରେ ସାଇକେଲ ଯାଞ୍ଚ କରିବେ ଶିକ୍ଷକ। ଯାଞ୍ଚ କରିବା ପରେ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର ଲଗାଇବେ। ମୋ’ ସ୍କୁଲ୍ ପକ୍ଷରୁ ଆବଶ୍ୟକୀୟ ଷ୍ଟିକର ମଧ୍ୟ ଯୋଗାଇ ଦିଆଯାଇଛି। ଡିସେମ୍ବର ୧୫ ସୁଦ୍ଧା ବିନିଯୋଗ ପ୍ରମାଣପତ୍ର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ମଧ୍ୟ ନିୟମାବଳୀ ଜାରି କରାଯାଇଛି।

Breaking News