ରିପୋର୍ଟ କାର୍ଡ / ଭୁବନେଶ୍ୱର
ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ବୁଧବାର ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ବୈଠକରେ ଘରୋଇ ବସ୍ ମାଲିକ ସଂଘର ଦାବି ଉପରେ ଆଲୋଚନା ହୋଇଥିଲା। ଏଥିରେ ଲକ୍ଷ୍ମୀ ବସ୍ ଗୁଡ଼ିକ ବ୍ଲକରୁ ଜିଲ୍ଲାକୁ ଚଲାନଯିବା ଦାବିକୁ ସରକାର ମାନି ନେଇଥିଲେ। ପ୍ରାଥମିକ ଭାବରେ ଗଜପତି, ଭବାନୀପାଟଣା, ରାୟଗଡାରେ ଚାଲୁଥିବା ଲକ୍ଷ୍ମୀ ବସ୍ ଗୁଡ଼ିକ ପଞ୍ଚାୟତରୁ ବ୍ଲକକୁ ଚାଲୁଛି। ଆଗକୁ ନବରଙ୍ଗପୁର ଏବଂ କୋରାପୁଟରେ ମଧ୍ୟ ଲକ୍ଷ୍ମୀ ବସ୍ ପଞ୍ଚାୟତରୁ ବ୍ଲକକୁ ଚାଲିବା ନେଇ ନିଷ୍ପତ୍ତି ହୋଇଛି।






More Stories
ଓଡ଼ିଶାର ସଂସ୍କୃତି ପରମ୍ପରା ମହାନ…..
ପ୍ରବଳ ଘଡ଼ଘଡ଼ି ସହ ବିଜୁଳି…..
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି…..