Report Card Odisha

| Daily Odia News

ଜମ୍ମୁ ତୱି ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ……

ରିପୋର୍ଟ କାର୍ଡ / ସମ୍ବଲପୁର

ସମ୍ବଲପୁର ରେଳ ଷ୍ଟେସନରେ ଜମ୍ମୁ ତୱି ଏକ୍ସପ୍ରେସ୍ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଗାଡ଼ି ଯାଉଥିବା ସମୟରେ ଗୋଟିଏ ବଗିର ଚକ ଟ୍ରାକ ବାହାରକୁ ଚାଲିଯାଇଥିଲା ଯାହାଫଳରେ ଲାଇନଚ୍ୟୁତ ହୋଇଥିଲା। ଏହା ଜାଣିବା ପରେ ତୁରନ୍ତ ୱାସିଙ୍ଗ ଲାଇନର କର୍ମଚାରୀମାନେ ଟ୍ରେନକୁ ତୁରନ୍ତ ଟ୍ରାକକୁ ପୁଣି ନେଇ ଆସିଥିଲେ। ରେଳ ଲାଇନଚ୍ୟୁତ ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ। ୱାସିଙ୍ଗ ଲାଇନରେ ଘଟଣା ଘଟିଥିବାରୁ ଅନ୍ୟ ଟ୍ରେନର ଯାତାୟାତ ପାଇଁ କୌଣସି ପ୍ରଭାବ ପଡ଼ିନାହିଁ। ଆଜି ସକାଳୁ ମଧ୍ୟ ତିନଟି ଟ୍ରେନ ଯାଇସାରିଛି।

 

Breaking News