ରିପୋର୍ଟ କାର୍ଡ / ଭୁବନେଶ୍ବର
ସ୍କୁଲର ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିଛି “ଆମେ ଗଢ଼ିବୁ ନୂଆ ଓଡ଼ିଶା”ର ବ୍ରାଣ୍ଡିଂ। ପୂର୍ବରୁ ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତି ସ୍କୁଲକୁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଥିଲା। ଆଜି ସେହି କ୍ରମରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ସ୍କୁଲର ନବମ ଶ୍ରେଣୀ ପିଲାଙ୍କ ସାଇକେଲରେ ଷ୍ଟିକର ଲାଗିଛି। ଏହା ସହ ” ଆମେ ପଢ଼ିବୁ, ବଢ଼ିବୁ, ଶ୍ରେଷ୍ଠ ହେବୁ”ର ଷ୍ଟିକର ମଧ୍ୟ ଲଗାଯାଇଛି। କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜଙ୍କ କହିବା କଥା ସରକାର ନୂଆ ଯୋଜନା ଆଣିଛନ୍ତି। ପିଲାମାନେ କିଭଳି ସ୍ମାର୍ଟ ହେବେ, ସବୁଦିନ ସ୍କୁଲ ଆସିବେ, ଉପସ୍ଥାନ ବଢ଼ିବ ସେ ନେଇ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ସେପଟେ ଛାତ୍ରଛାତ୍ରୀ ମଧ୍ୟ ନୂଆ ସାଇକେଲ ଓ ବ୍ରାଣ୍ଡିଂ ଷ୍ଟିକର ଲାଗିବା ନେଇ ବେଶ ଖୁସି ଅଛନ୍ତି।






More Stories
ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର…..
ଓଏଏସ୍ ଅଧିକାରୀସ୍ତରରେ ଅଦଳବଦଳ……
ସରଣ୍ଡାରେ ଏନ୍କାଉଣ୍ଟର:୫ ଯବାନ ଆହତ…..