ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଷାକ୍ତ ଆୟୁର୍ବେଦିକ ସିରପ୍ ପିଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁଜରାଟର ଖେଡ଼ା ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ସୂଚନା ମୁତାବକ, ଗୁଜରାଟର ଖେଡା ଜିଲ୍ଲାରେ ମିଥାଇଲ ଆଲକହଲ ଯୁକ୍ତ ଆୟୁର୍ବେଦିକ ସିରପ୍ ପିଇ ଗତ ଦୁଇ ଦିନ ୫ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ସିରପ୍ ପିଇ ଥିବା ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ କିରାଣୀ ଦୋକାନରୁ କାଳମେଘସ୍ୱ- ଆସବ ଆରିଷ୍ଟ’ ନାମ ଥିବା ବ୍ରାଣ୍ଡେଡ ଆୟୁର୍ବେଦିକ ସିରପ୍କୁ କିଣା ଯାଇଛି। ପ୍ରାୟ ୫୦ରୁ ଅଧିକ ଲୋକ ଏହି ସିରପ୍ କିଣି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖେଡା ଜିଲ୍ଲାର ପୋଲିସ ଅଧିକ୍ଷକଙ୍କ କହିବା ମୁତାବକ, ସୂଚନା ମୁତାବକ ନାଡିୟାଦର ବିଲୋଦରା ଗାଁରେ ଦୁଇ ଦିନରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାସହ ବାଗଡୁ ଗ୍ରାମରେ ମଧ୍ୟରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ଗାଁ ଲୋକଙ୍କ ରକ୍ତ ପରୀକ୍ଷାରୁ ଉକ୍ତ ସିରପ୍ରେ ମିଥାଇଲ ଆଲକହଲ ଥିବା ଜଣାପଡିଛି। ସିରପ୍ ବିକ୍ରି କରିବା ପୂର୍ବରୁ ମିଥାଇଲ ଆଲକହଲ ମିଶା ଯାଇଥିଲା। ଏହି ଘଟଣାରେ ପଚରାଉଚରା କରିବା ପାଇଁ ସିରପ୍ ବିକ୍ରି କରୁଥିବା ଦୋକାନୀଙ୍କ ସମେତ ତିନି ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି |






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……