ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍କଳ ବିଶ୍ବବିଦ୍ୟାଳୟ ନିଜର ନାକ ଏ+ ରାଙ୍କିଂ ଫେରି ପାଇଛି। ନାକ ପକ୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଏ+ ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ ନାକ ୱେବସାଇଟରେ ସୂଚନା ଦିଆଯାଇଛି। ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ କାଉନସିଲ ପକ୍ଷରୁ ପୁନଃ ବିଚାର ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟକୁ ଏ+ ମାନ୍ୟତା ପ୍ରଦାନ କରାଯାଇଛି। ଏଥର ଉତ୍କଳ ବିଶ୍ବବିଦ୍ୟାଳୟ ସିଜିପିଏ ୩.୨୬ ଗ୍ରେଡ ରଖି ଏ+ ମାନ୍ୟତା ପାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ମେ ମାସରେ ଆସିଥିବା ନାକ ଟିମ ଉତ୍କଳ ବିଶ୍ବବିଦ୍ୟାଳୟକୁ ନାକ ଏ ମାନ୍ୟତା ପ୍ରଦାନ କରିଥିଲା। ତେବେ ନାକ ଏ++ ମାନ୍ୟତା ପାଇଁ ଆଶା ରଖିଥିବା ଉତ୍କଳ ବିଶ୍ବବିଦ୍ୟାଳୟ ପୁନଃ ବିଚାର ପାଇଁ ଆବଦେନ କରିଥିଲେ । ଯାହାର ଫଳାଫଳ ଆଶାନୁରୂପକ ଆସିଛି। ଏ ଗ୍ରେଡକୁ ପରିବର୍ତ୍ତନ କରି ନାକ ଟିମ ଦେଇଛି ଏ+ ଗ୍ରେଡ। ୨୦୧୬ରେ ଉତ୍କଳ ହାତେଇଥିଲା ଏ+ ଗ୍ରେଡ। ଏଥର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ++ ପାଇଁ ଆଶା ରଖିଥିଲେ ମଧ୍ୟ ତାହା ବିଫଳ ହୋଇଛି କିନ୍ତୁ ନାକ ଏ+ ଗ୍ରେଡ ମାନ୍ୟତା ପାଇଥିବାରୁ କର୍ତ୍ତୃପକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ଉତ୍କଳ ବିଶ୍ବବିଦ୍ୟାଳୟ ନାକ ଏ+ ଗ୍ରେଡ ମିଳିଥିବାରୁ ଆମେ ସମସ୍ତେ ବହୁତ ଖୁସି।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..