Report Card Odisha

| Daily Odia News

ଓଡିଶା ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ଶ୍ରମିକ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିଜ ମାଟିକୁ ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ । ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହ ଶୁକ୍ରବାର ଶ୍ରମିକମାନେ ଭୁବନେଶ୍ବରରେ ପହଞ୍ଚିଥିଲେ। ଭୁବନେଶ୍ବର ବିମାନ ବନ୍ଦରରେ ସେମାନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ବାଗତ କରାଯାଇଛି। ଗୁରୁବାର ସମସ୍ତ ୫ ଓଡ଼ିଆ ଶ୍ରମିକ ଋଷିକେଶ ଏମ୍ସରୁ ଡିସଚାର୍ଜ ହେବା ପରେ ଦିଲ୍ଲୀ ଆସି ଓଡ଼ିଶା ଭବନରେ ରହିଥିଲେ। ଶୁକ୍ରବାର ୪ ଶ୍ରମିକ ନିଜ ପରିବାର ସଦସ୍ୟଙ୍କ ସହ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଅନ୍ୟଜଣେ ଶ୍ରମିକ ପରେ ଆସିବା ନେଇ ସୂଚନା ମିଳିଛି।

 

Breaking News