ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଙ୍ଗାଲୁରୁର ଅନେକ ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଏହା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଜଣାପଡିଛି | ଆଜି ସକାଳୁ ଏଭଳି ଧମକପୂର୍ଣ୍ଣ ଇମେଲ୍ ପ୍ରାୟ ୪୪ରୁ ଊର୍ଦ୍ଧ୍ବ ସ୍କୁଲକୁ ଆସିଛି। ବିଦ୍ୟାଳୟ ପରିସରରେ ବୋମା ଖଞ୍ଜା ଯାଇଥିବା ଇମେଲ୍ରେ ଦାବୀ କରାଯାଇଛି। ଏନେଇ ତୁରନ୍ତ ପୋଲିସ କୁ ସୂଚନା ଦିଆଯାଇଥିଲା। ଏହାପରେ ସବୁ ସ୍କୁଲରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନଥିବା ଜଣାପଡ଼ିଛି। ବୋମା ଧମକ ପାଇବାରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ମଧ୍ୟ ଆତଙ୍କ ଖେଳିଯାଇଛି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……