ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତେଲେଙ୍ଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆହତ ହୋଇଛନ୍ତି। ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏରାବଲି ଫାର୍ମ ହାଉସରେ ଗୋଡ଼ ଖସି ତଳେ ପଡ଼ିଯିବାରୁ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଡାକ୍ତରୀ ପରୀକ୍ଷା ପରେ ତାଙ୍କର ଏକ ହିପ୍ ଫ୍ରାକ୍ଚର୍ ହୋଇ ଯାଇଥିବା ସନ୍ଦେହ କରାଯାଉଛି। ଏପରିକି ଅସ୍ତ୍ରୋପଚାରର ଆବଶ୍ୟକତା ପଡିପାରେ ବୋଲି କହିଛନ୍ତି ଡାକ୍ତର। ଗତକାଲି ରାତି ପ୍ରାୟ ୨ଟା ସମୟରେ ଫାର୍ମ ହାଉସରେ ଗୋଡ ଖସି ଯିବାରୁ ତଳେ ପଡିଯାଇଥିଲେ କେସିଆର। ତାଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି |






More Stories
ପୁଣି ହିମନ୍ତ ବିଶ୍ୱ ଶର୍ମା ହେବେ ମୁଖ୍ୟମନ୍ତ୍ରୀ…..
ପରବର୍ତ୍ତୀ ନୌସେନା ମୁଖ୍ୟ କୃଷ୍ଣ ସ୍ବାମୀନାଥନ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ…..