ରିପୋର୍ଟ କାର୍ଡ / ବାଙ୍କୀ
ବାଙ୍କୀ ମହାନଦୀର ଯାତମୁଣ୍ଡିଆ ବ୍ରିଜ ଉପରୁ ଜଣେ ଯୁବକ ଆଜି ଡେଇଁଥିବା ଖବର ସାମ୍ନାକୁ ଆସିଥିଲା। ବ୍ରିଜ ଉପରୁ ଡେଇଁ ଯୁବକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ସଠିକ୍ ସମୟରେ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ଯୁବକ ଜଣଙ୍କ ହେଲେ ଶେଖ ଜାହାଙ୍ଗୀର। ସେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ବାସିନ୍ଦା । ସୂଚନା ଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ଶେଖ ଜାହାଙ୍ଗୀର କଳହ କାରଣରୁ ଯାତମୁଣ୍ଡିଆ ବ୍ରିଜ ଉପରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବ୍ରିଜ ଉପରେ ନିଜ ବାଇକ ରଖି ପିଲାର ଦେଇ ତଳକୁ ଓହ୍ଲାଇ ଥିଲେ। ସେଠାରୁ ପାଣିକୁ ନ ଡେଇଁ ପିଲାର ମଝିରେ ଫସି ରହିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି |






More Stories
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….