ରିପୋର୍ଟ କାର୍ଡ / ରାଞ୍ଚି
ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମାଲିକାନାରେ ଥିବା ମଦ କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ୩୫୧କୋଟି ଟଙ୍କା ଜବତ ହେବା ଘଟଣା ଚକିତ କରିଛି। ତେଣୁ ଆଜିଠୁ ଧୀରଜ ସାହୁଙ୍କ ଘରର ମାଟି ଖୋଦେଇ କାମ ଆରମ୍ଭ କରିଛି ଆଇଟି ବିଭାଗ । ମାଟି ତଳେ ସାଂସଦ ଆହୁରି ବହୁ ମୂଲ୍ୟବାନ ଧାତୁ ଲୁଚାଇ ରଖିଥିବା ଅନୁମାନ କରାଯାଉଛି। ଧୀରଜ ସାହୁଙ୍କ ରାଞ୍ଚି ଲୋହରଦଗାସ୍ଥିତ ଘରେ ଆଜି ୧୨ ଜଣିଆ ଆୟକର ବିଭାଗ ଟିମ୍ ୩ଟି ଗାଡ଼ିରେ ପହଞ୍ଚିଛନ୍ତି। ଏଥିସହ ଏକ ଜିଓ ସର୍ଭିଲାନ୍ସ ସିଷ୍ଟମ ମେଶିନ ବି କ୍ୟାମ୍ପସ୍ରେ ପ୍ରବେଶ କରିଛି। ମେଶିନ ଦ୍ୱାରା ମାଟି ଖୋଳାଯାଇ ତା’ ତଳେ ଥିବା ସୁନା, ରୂପା ସମେତ ମୂଲ୍ୟବାନ ଅଳଙ୍କାରକୁ ବାହାର କରିବାକୁ ଯୋଜନା କରାଯାଇଛି। ସେମାନଙ୍କ ସହ ଧୀରଜ ସାହୁଙ୍କ ପରିବାରର ୩ ସଦସ୍ୟ ବି ଉପସ୍ଥିତ ଥିବା ଜଣାଯାଇଛି। ଘର ବାହାରେ ସିଆଇଏସଏଫ୍ ଯବାନ ମୁତୟନ ହୋଇଥିବା ଜଣାପଡିଛି |






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..