ରିପୋର୍ଟ କାର୍ଡ / ରାୟଗଡ
ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ରେ ସିପିଆଇ ବା.ଘୁ.ନା. ଡ଼ିଭିଜନ ନାଁରେ ଲାଗିଛି ମାଓ ପୋଷ୍ଟର। ବାଂଶଧାରା-ଘୁମୁସୁର ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲାଗିଛି ଏହି ପୋଷ୍ଟର । ପୋଲିସ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଖବର ଅନୁଯାୟୀ, ଆଜି ସକାଳୁ ମାଓବାଦୀଙ୍କ ଏହି ପୋଷ୍ଟର ଓ ବ୍ୟାନର ଲାଗିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ମାଣ୍ଡିବିସି ଗାଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଏକ ଆମ୍ବ ଗଛରେ ଦୁଇଟି ପୋଷ୍ଟର ଏବଂ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ପୋଷ୍ଟରରେ ସିଜିମାଳି, କୁଟ୍ରୁମାଳି ଓ ମାଞ୍ଜିଙ୍ଗମାଳି ଖଣି ଖନନକୁ ଦୃଢ ବିରୋଧ କରିଛନ୍ତି ମାଓବାଦୀ । ଏହାସହିତ ଖଣି ଖନନ ପାଇଁ କାର୍ଯ୍ୟ କରୁଥିବା ଦଲାଲମାନଙ୍କୁ କାମ ଛାଡିବାକୁ ଚେତାବନୀ ଦିଆଯାଇଛି । ସମସ୍ତ ରାଜନୈତିକ ଦଳ ଏହି ଖଣିଖନନ ସପକ୍ଷରେ ଥିବା ଯୋଗୁଁ ଭୋଟ ବର୍ଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ମାଓବାଦୀ ସଂଗଠନ । ଏହା ନଜରକୁ ଆସିବା ପରେ ପୋଲିସ ପହଞ୍ଚି ପୋଷ୍ଟର ଏବଂ ବ୍ୟାନରକୁ ଜବତ କରିଛି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..