ରିପୋର୍ଟ କାର୍ଡ / ଭୁବନେଶ୍ବର
ଲୋକସଭା ଭବନର ସୁରକ୍ଷା ତ୍ରୁଟିକୁ ନେଇ ଉଭୟ ଗୃହରେ ବିରୋଧୀ ପ୍ରବଳ ହଟ୍ଟଗୋଳ ହୋଇଛି। ଆଜି ଗୃହ ଆରମ୍ଭରୁ ପୋଡିଅମ୍ ଆଗକୁ ଆସି ବିରୋଧୀ ଦଳ ସାଂସଦ ମାନେ ହୋହଲ୍ଲା କରିବା ସହ ପ୍ରବଳ ହଟ୍ଟଗୋଳ କରିଥିଲେ। ଏଥିରେ ପାଞ୍ଚ ଜଣ ଲୋକସଭା ସାଂସଦ ନିଲମ୍ବନ ହୋଇଛନ୍ତି । ସେମାନଙ୍କ ଆଚରଣକୁ ଅଶୋଭନୀୟ ଦର୍ଶାଇ ପାଞ୍ଚ ଜଣଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି। ନିଲମ୍ବିତ ହୋଇଥିବା ସଂମସ୍ତ ସାଂସଦ କଂଗ୍ରେସର ବୋଲି ଜଣାପଡିଛି। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ଡିନ୍ କୁରିଆକୋସ୍, ହିବି ଇଡେନ୍, ଜୋଥିମଣି, ରମ୍ୟା ହରିଦାସ ଏବଂ ଟିଏନ୍ ପ୍ରତାପନ୍ ଅଛନ୍ତି। ଘଟଣାକୁ ନେଇ ଉଭୟ ଗୃହରେ ନାରାବାଜି ଦେଇଛନ୍ତି ବିରୋଧୀ। ଯେଉଁ ସାଂସଦଙ୍କ ଭିଜିଟର୍ସ ପାସ୍ ବ୍ୟବହାର କରି ଭିକ୍ଷୋଭକାରୀମାନେ ଗୃହକୁ ପ୍ରବେଶ କରିଥିଲେ, ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠନ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିଲମ୍ବନ ଦାବି କରିଥିଲେ। ଏହାପରେ ମଧ୍ୟାହ୍ନ ଦୁଇଟା ପର୍ଯ୍ୟନ୍ତ ଗୃହ ମୁଲତବି ରଖା ଯାଇଥିଲା। ପୁଣି ଗୃହ ଆରମ୍ଭ ହେବା ପରେ ହୋହଲ୍ଲା ଆରମ୍ଭ କରି ଦେଇଥିଲେ ବିରୋଧୀ। ଏହାକୁ ନେଇ ପାଞ୍ଚ ଜଣ କଂଗ୍ରେସର ଲୋକସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି।






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..