ରିପୋର୍ଟ କାର୍ଡ / ଜୟପୁର
ଆଜି ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଜନଲାଲ ଶର୍ମା ଶପଥ ନେବେ | ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ନିଜ ୫୬ତମ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡିଛି । ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରି ଦୁଇ ଜଣ ହେବେ ଉପମୁଖ୍ୟମନ୍ତ୍ରୀ । ସେମାନେ ହେଲେ ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା । ରାଜ୍ୟପାଳ କାଲରାଜ ମିଶ୍ରା ୩ ଜଣଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ବାସୁଦେବ ଦେବନାନୀ ହେବେ ରାଜସ୍ଥାନ ବିଧାନସଭାର ବାଚସ୍ପତି। ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..