ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭାରେ ସୁରକ୍ଷା ଭଙ୍ଗ ମାମଲାରେ ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି। ବରିଷ୍ଠ ମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିବା ସହ ତଦନ୍ତ ପାଇଁ ଗଠିତ କମିଟି ସଂପର୍କରେ ମଧ୍ୟ ଅବଗତ ହୋଇଛନ୍ତି। ଲୋକସଭାରେ ଦୁଇ ଜଣ ଅନୁପ୍ରବେଶକାରୀ ଅଚାନକ ଶୂନ୍ୟକାଳରେ ସୃଷ୍ଟି କରିଥିବା ହଙ୍ଗାମା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାମଲାର ରାଜନୀତିକରଣ ନକରି ଏହାକୁ ଗମ୍ଭୀରତାର ସହ ନେବାକୁ ହେବ। ଦିନ ତମାମ ଏହି ମାମଲାରେ ସଂସଦରେ ସରଗରମ ସ୍ଥିତି ଲାଗି ରହିଥିବା ବେଳେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ସାଂସଦମାନେ ଭେଟି ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି। ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ମଧ୍ୟ ଏକ ବୈଠକରେ ସଂସଦର ସୁରକ୍ଷା ସ୍ଥିତି ନେଇ ଆଲୋଚନା ହୋଇଛି। ଲୋକସଭାରେ ଯେଉଁ କାଣ୍ଡ ଘଟିଗଲା ତାହା ଅତ୍ୟନ୍ତି ଚିନ୍ତାଜନକ ବୋଲି ଇଣ୍ଡିଆ ମେଣ୍ଟ ନେତାମାନେ କହିଛନ୍ତି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..