ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାରେ ଥିବା ଅଭୟାରଣ୍ୟ ତଥା ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ରୋକିବାକୁ ସନ୍ଧାନୀ କୁକୁର ନିୟୋଜିତ ହେବେ। ଏ ସମ୍ପର୍କରେ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଭୟାରଣ୍ୟ ତଥା ସଂରକ୍ଷିତ ଜଙ୍ଗଲରେ ବେଟ୍ ବମ୍ ବା ଶିକାର ପାଇଁ ପକାଯାଉଥିବା ବମର ସନ୍ଧାନ କରିବେ ଏହି କୁକୁର। ଶିକାର ପାଇଁ ବିଛା ଯାଇଥିବା ତାର ବା ଜନ୍ତା ବି ସନ୍ଧାନ କରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ୫ଟି ବନ୍ୟପ୍ରାଣୀ ବନଖଣ୍ଡରେ ୧୦ଟି ତାଲିମପ୍ରାପ୍ତ ସନ୍ଧାନୀ କୁକୁର ନିୟୋଜିତ କରିବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି। ଏହି ୫ ବନଖଣ୍ଡ ହେଲା ଶିମିଳିପାଳ, ସାତକୋଶିଆ, ଡେବ୍ରିଗଡ଼, ହିନ୍ଦୋଳ ଓ ଆଠଗଡ଼। ଏଥିପାଇଁ ସର୍ବଭାରତୀୟ ସ୍ତରରେ ଟେଣ୍ଡର ଆହ୍ୱାନ କରାଯିବ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ଏଥିରେ ସାମିଲ୍ ହୋଇ ସନ୍ଧାନୀ କୁକୁର ଯୋଗାଇବା, ସେମାନଙ୍କୁ ତାଲିମ୍ ଦେବା ଭଳି କାର୍ଯ୍ୟ କରିବେ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।






More Stories
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..
ଆଜି ସ୍କୁଲ ଛୁଟି…..