Report Card Odisha

| Daily Odia News

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପଦୋନ୍ନତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ପଦୋନ୍ନତି ମିଳିଛି | ଅଭିନନ୍ଦନଙ୍କୁ ଗ୍ରୁପ କ୍ୟାପଟେନ ପଦବିକୁ ପଦୋନ୍ନତି ହେବ ପରେ ଛୁଟିଛି ଶୁଭେଚ୍ଛାର ସୁଅ । ବର୍ତ୍ତମାନ ୱିଙ୍ଗ୍ କମାଣ୍ଡର ବଦଳରେ ଗ୍ରୁପ କ୍ୟାପଟେନ ଭାବରେ ଦାୟିତ୍ୱ ତୁଲାଇବେ ଅଭିନନ୍ଦନ । ୨୦୧୯ ମସିହାରେ ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନକୁ ଦୃଢ ଜବାବ ଦେଇଥିଲେ ଏହି ଲଢୁଆ ପାଇଲଟ । ପାକିସ୍ତାନ ପକ୍ଷରୁ ଯେତେବେଳେ ଆକାଶମାର୍ଗ ଦେଇ ଭାରତ ଉପରେ ଆକ୍ରମଣ କରିବା ପାଇଁ ପାକ ଫାଇଟର ବିମାନ ଚେଷ୍ଟା କରିଥିଲେ ସେସମୟରେ ଅଭିନନ୍ଦନ ମିଗ-୨୬ ସାହାଯ୍ୟରେ ପାକର ଲଢୁଆ ବିମାନ ଏଫ -୧୬ କୁ ଖସାଇବାରେ ସଫଳ ହେଇଥିଲେ । ତେବେ ୩ ଦିନ ପାକିସ୍ତାନରେ କଟେଇବାକୁ ପଡିଥିଲା । କିନ୍ତୁ ଶତ୍ରୁଦେଶର କୌଣସି ଚାଲରେ ମଧ୍ୟ ନଫସି ସେ କୌଣସି ତଥ୍ୟ ପାକିସ୍ତାନକୁ ଦେଇନଥିଲେ । ତେବେ ଭାରତ ସରକାର ଓ ଅନ୍ତର୍ଜାତୀୟ ଚାପ ପରେ ଅଭିନ୍ଦନ ସସମ୍ମାନେ ଭାରତକୁ ପ୍ରତ୍ୟାବର୍ତନ କରିଥିଲେ । ଏହି ଘଟଣା ପରେ ତାମିଲନାଡୁରେ ଜନ୍ମିତ ଅଭିନନ୍ଦନ ସାରା ଭାରତ ପାଇଁ ହିରୋ ପାଲଟିଯାଇଥିଲେ । ପୁଲୱାମାରେ ପାକ ଆତଙ୍କବାଦୀଙ୍କ ବୋମା ବସ୍ଫୋରଣରେ ୪୦ ଜଣ ସିଆରପିଏଫ ଜବାନ ସହିଦ ହୋଇଥିଲେ । ଏହାର ଜବାବରେ ଭାରତୀୟ ବାୟୁସେନା ବାଲାକୋଟ ଏୟାରଷ୍ଟ୍ରାଇକ କରିଥିଲା । ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କ କ୍ୟାମ୍ପକୁ ନଷ୍ଟ କରିଦେଇଥିଲେ ଭାରତୀୟ ବାୟୁସେନାର ଯୋଦ୍ଧା । ଏହାକୁ ହଜମ କରିପାରି ନଥିଲା ପାକିସ୍ତାନର ଇମ୍ରାନ ସରକାର । ପାକ ବାୟୁସେନା ତରଫରୁ ଭାରତୀୟ ସୀମାରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା । ହେଲେ ଭାରତୀୟ ବାୟୁସେନାର ସତର୍କତା ଯୋଗୁଁ ତାହା ସଫଳ ହୋଇପାରି ନଥିଲା । ଅଭିନନ୍ଦନଙ୍କୁ ତାଙ୍କ ବୀରତ୍ୱ ପାଇଁ ଶୌର୍ଯ୍ୟଚକ୍ରରେ ସମ୍ମାନିତ କରାଯାଇଥିଲା । ଏ

 

Breaking News