Report Card Odisha

| Daily Odia News

ପୁରୀ ଯିବାବେଳେ ଦୁର୍ଘଟଣା,୧୬ ଆହତ, ୧୦ ଗୁରୁତର…..

ରିପୋର୍ଟ କାର୍ଡ / ପିପିଲି

ସୁନାବେଶ ଦର୍ଶନ ଲାଗି ଯିବାବେଳେ ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତର ବୋଲି ଜଣାପଡିଛି । ଗତକାଲି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ପୁରୀ ଯିବା ରାସ୍ତାରେ ଭିଡ ଜମିଥିଲା । ଏହି ସମୟରେ ବାଇକ ଓ କାର ମଧ୍ୟରେ ପୃଥକ ପୃଥକ ଭାବେ ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କୁ ପ୍ରଥମେ ସାକ୍ଷୀଗୋପାଳ ହସ୍ପିଟାଲ ନିଆଯାଇଥିବା ବେଳେ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଅମ୍ବୁଲାନ୍ସକୁ ଡକାଯାଇ ୧୬ ଜଣ ଆହତ ଏବଂ ୧୦ ଗୁରୁତରଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Breaking News