ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୨୬ତାରିଖରୁ ଆଦିବାସୀ ମେଳା ଅନୁଷ୍ଠିତ ହେବ । ଭୁବନେଶ୍ୱରର ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଏହି ମେଳା ୧୧ଦିନ ଧରି ଚାଲିବ । ଅପରାହ୍ନ ସାଢ଼େ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଆଦିବାସୀ ମେଳାରେ ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲଗୁଡ଼ିକ ରହିବ । ୨୨ଟି ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା, ୧୭ଟିି ସୂକ୍ଷ୍ମ ପରିଯୋଜନା କ୍ଷେତ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଏହି ମେଳା ଆୟୋଜିତ ହେବ । ଚଳିତବର୍ଷ ଆଦିବାସୀ ହାଟରେ ମୁଖ୍ୟତଃ କୁଟିଆ କନ୍ଧ, ସାନ୍ତାଳୀ, ପାଉଡ଼ି ଭୂୟାଁ, ଖରିଆ ଓ ମାଙ୍କିଡ଼ିଆ, ଜୁଆଙ୍ଗ, ମୁଣ୍ଡା, ଗଡ଼ବା, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସୌରା, ବଣ୍ଡା ଓ ଚକୁଟିଆ ଭୁଞ୍ଜିଆ ପ୍ରମୁଖ ଜନଜାତି ସମ୍ପ୍ରଦାୟର ସଦସ୍ୟମାନେ ଯୋଗ ଦେବେ ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……