ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିବା ବେଳେ ଏହାର ଲକ୍ଷ୍ୟଭେଦ କ୍ଷମତା ୫୪୦୦ କିଲୋମିଟର ବୋଲି ଦର୍ଶାଯାଇଥିଲା। ତେବେ ଆବଶ୍ୟକ ହେଲେ ଡିଆରଡିଓ ତରଫରୁ ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତାକୁ ୭ହଜାର କିଲୋମିଟର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇ ପାରିବ ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ଅଗ୍ନି-୫ର ଓଜନ କମାଇ ଦେଲେ ଏହାର ଲକ୍ଷ୍ୟଭେଦ କ୍ଷମତା ବଢ଼ିଯିବ ବୋଲି ଡିଆରଡିଓ ସୂତ୍ରରୁ ପ୍ରକାଶ। ଅଗ୍ନି-୫ରେ ଲାଗିଥିବା ଷ୍ଟିଲ୍ ବଦଳରେ ଅନ୍ୟ ହାଲୁକା ଦ୍ରବ୍ୟ ବ୍ୟବହାର ଦ୍ବାରା ଏହାର ଲକ୍ଷ୍ୟଭେଦ କ୍ଷମତା ବଢ଼ିଯିବ ଏବଂ ଏହାକୁ କରିବାକୁ ଡିଆରଡିଓ ସକ୍ଷମ ବୋଲି ଜଣାପଡ଼ିଛି। ସୂଚନାଥାଉ କି ଅଗ୍ନି-୩ର ଲକ୍ଷ୍ୟଭେଦ କ୍ଷମତା ୩ହଜାର କିଲୋମିଟର ଥିଲା। ଏହାର ଓଜନ ୪୦ ଟନ୍ ରହିଥିଲା। ପରବର୍ତ୍ତୀ ସମୟରେ ଅଗ୍ନି-୪ର ଓଜନକୁ ୨୦ ଟନ୍କୁ କମାଇ ଦିଆଯାଇଥିବା ବେଳେ ଏହାର ଲକ୍ଷ୍ୟଭେଦ କ୍ଷମତା ବଢ଼ି ଯାଇଥିଲା। ସମାନ ଜ୍ଞାନକୌଶଳକୁ ବ୍ୟବହାର କରି ଯଦି ଅଗ୍ନି-୫ର ଓଜନ ହ୍ରାସ କରାଯାଏ ତେବେ ଏହାର ଲକ୍ଷ୍ୟଭେଦ କ୍ଷମତା ବଢ଼ିଯିବ ବୋଲି ଜଣାପଡ଼ିଛି।






More Stories
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..
ଖାଲି ଗୃହିଣୀ ନୁହେଁ ସେମାନେ ରାଷ୍ଟ୍ର ନିର୍ମାତା…..