ରିପୋର୍ଟ କାର୍ଡ / ଉତ୍ତରପ୍ରଦେଶ
ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଆଜି ଆହ୍ଲାବାଦ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିବା ସୂଚନା ମିଳିଛି । ବିଜେପି ସରକାରଙ୍କ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ହେଉଛନ୍ତି ଆଶିଷ ମିଶ୍ରା। ତାଙ୍କ ନାଁରେ କୃଷକଙ୍କ ଉପରେ କାର୍ ଚଢ଼ାଇ ମାରି ଦେହଇଥିବା ଅଭିଯୋଗ ରହିଛି। ଚଳିତ ବର୍ଷ ଫେବ୍ରୁଆରୀରେ ହାଇକୋର୍ଟ ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ଜାମିନକୁ ଖାରଜ କରି ଦେଇଥିଲେ।ଏଥିସହ ସର୍ବୋଚ୍ଚ ଅଦାଲତ ଆଶିଷଙ୍କୁ ଜାମିନ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। ପରେ ଏପ୍ରିଲରେ ସୁପ୍ରିମକୋର୍ଟ ଆଶିଷଙ୍କୁ ହାଇକୋର୍ଟରୁ ଦିଆଯାଇଥିବା ଜାମିନକୁ ରଦ୍ଦ କରି ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ। ଏଥିସହ ପୀଡିତ ପକ୍ଷଙ୍କୁ ଭଲଭାବେ ଶୁଣି ଆଶିଷଙ୍କ ଜାମିନ ଉପରେ ନୂଆ କରି ବିଚାର କରିବା ପାଇଁ ହାଉକୋର୍ଟକୁ କହିଥିଲେ ସୁପ୍ରିମକୋର୍ଟ। ଏହାପରେ ହାଇକୋର୍ଟ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନର ପୁର୍ନବାର ଶୁଣି କରି ଜୁଲାଇ ୧୫ ଯାଏ ରାୟ ସଂରକ୍ଷିତ ରଖିଥିଲେ। ରାୟ ଶୁଣାଇବା ପାଇଁ ଜୁଲାଇ ୨୬ ତାରିଖ ନିର୍ଦ୍ଧାରିତ ହୋଇଥିଲା |






More Stories
ଏଣକି ରୁପା ଅଳଙ୍କାରରେ ମିଳିବ ଲୋନ୍…..
ପିଲାଙ୍କ ପାଇଁ ଆରଜେଡି କଣ କରିବାକୁ ଚାହୁଁଛି……
ଭାରତ ଆସିବେ ଟ୍ରମ୍ପ୍…..