ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚା ଜାରିରହିଥିବା ବେଳେ ଆଜି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମେଣ୍ଟ ଗଠନ ହେବା ନେଇ ବଡ ବୟାନ ଦେଇଛନ୍ତି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଶାହ କହିଛନ୍ତି ଯେ ମେଣ୍ଟକୁ ନେଇ କିଛି ବି ହୋଇପାରେ। ବିଜେଡି ସହ ମେଣ୍ଟ ପ୍ରସଙ୍ଗରେ ସେ କହିଛନ୍ତି, କିଛି ବି ହୋଇପାରେ। ମେଣ୍ଟ ହେବ କି ନ ହେବ ସେ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଶ୍ରୀ ଶାହ କହିଛନ୍ତି। ସେ କହିଛନ୍ତି, ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନ ହାସଲ କରିବ। ମେଣ୍ଟ ବିଷୟରେ ଶ୍ରୀ ଶାହ କହିଛନ୍ତି ଯେ କିଛି ବି ହୋଇପାରେ, ଆମେ ଏକାଠି ଲଢ଼ିବୁ କି ଏକାକୀ ସେ ବିଷୟରେ ନିଷ୍ପତ୍ତି ହେବ। ତେବେ ଏକାଠି ଲଢ଼ିବା ପାଇଁ ଯଦି ନିଷ୍ପତ୍ତି ହେବ, ତେବେ ନବୀନ ବାବୁଙ୍କ ସାଥି ହୋଇ ଲଢ଼ିବେ ବୋଲି ସେମାନେ କହିଛନ୍ତି।






More Stories
ଭୁବନେଶ୍ୱର କୋର୍ଟକୁ ବୋମା ଧମକ…..
ଝଡ଼ବର୍ଷା ସମ୍ଭାବନା !ୟେଲୋ ଓ୍ବାର୍ନିଂ ଜାରି…..
ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ହିଁ ଏକମାତ୍ର ସମାଧାନ…..