ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି। ମଙ୍ଗଳବାର ଦଳ ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ମୋଟ୍ ୨୧ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏହା ପୂର୍ବରୁ ପ୍ରଥମ ତାଲିକାରେ ୬୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ବିଜେପି। କୁସ୍ତିଯୋଦ୍ଧା ତଥା କଂଗ୍ରେସ ପ୍ରାର୍ଥୀ ବିନେଶ ଫୋଗତଙ୍କ ବିପକ୍ଷରେ ଜୁଲାନାରୁ କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ମଇଦାନକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି। ସେହିପରି ନାରାୟଣଗଡ଼ରୁ ପବନ ସୈନୀ, ପେହୋଓ୍ବାରୁ ଜୟ ଭଗବାନ ଶର୍ମାଙ୍କୁ ଟିକେଟ ମିଳିଛି। ଗନୌରରୁ ବର୍ତ୍ତମାନର ବିଜେପି ବିଧାୟକ ନିର୍ମଲ ରାନୀଙ୍କୁ ଦଳ ଟିକେଟ୍ ଦେଇନାହିଁ, ତାଙ୍କ ସ୍ଥାନରେ ଦେବେନ୍ଦ୍ର କୌଶିକଙ୍କୁ ଟିକେଟ ଦିଆଯାଇଛି। ରାଇ ଆସନରୁ ବିଜେପି ରାଜ୍ୟ ସଭାପତି ମୋହନ ଲାଲ ବଡୋଲିଙ୍କ ପରିବର୍ତ୍ତେ କୃଷ୍ଣା ଗହଲାଓ୍ବତଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି। ପଟୌଦୀରୁ ବର୍ତ୍ତମାନର ବିଜେପି ବିଧାୟକ ସତ୍ୟ ପ୍ରକାଶଙ୍କୁ ଅଣଦେଖା କରି ବିମଲା ଚୌଧୁରୀଙ୍କୁ ଟିକେଟ ଦେଇଛି ଦଳ। ଏହା ବ୍ୟତୀତ ବଧକଲର ବର୍ତ୍ତମାନର ବିଜେପି ବିଧାୟକ ସୀମା ତ୍ରିଖାଙ୍କ ଟିକେଟ କଟି ଧନେଶ ଅଧଲଖାଙ୍କୁ ମିଳିଛି ଟିକେଟ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..