ରିପୋର୍ଟ କାର୍ଡ / ଭୁବନେଶ୍ବର
ଲୋକସଭାରେ ଅର୍ଚ୍ଚନା ନାଗ ବ୍ଲାକମେଲ ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବିକରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର ପାଇଁ ମଧ୍ୟ ଦାବି କଲେ। ଓଡ଼ିଶା ପୋଲିସ ଉପରେ ପ୍ରଶ୍ନ ଉଠାଇ ସୁରେଶ ପୂଜାରୀ କହିଥିଲେ ଯେ ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଓଡ଼ିଶା ପୋଲିସ କଲେ ତଦନ୍ତ ବାଟବଣା ହେବାର ସମ୍ଭାବନା ରହିଛି। ଏଭଳି ଜଟିଳ ମାମଲାକୁ କେବଳ ସିବିଆଇ ତଦନ୍ତ କରିପାରିବ। ଏଥିରେ ମୁଖ୍ୟମନ୍ତ୍ରୀ ଆପତ୍ତି ଉଠାଇବାର ନାହିଁ। କାରଣ ସେମାଙ୍କର ଏଥିରେ ସମ୍ପୃକ୍ତି ନାହିଁ। ଏହି ମାମଲାରେ ସତ ପଦାକୁ ଆସୁ। ଆଉ ଯେଉଁମାନେ ରାଜନେତାର ମୁଖା ପିନ୍ଧି ଏଭଳିଆ ଅପକର୍ମ କରୁଛନ୍ତି, ସେମାନଙ୍କ ନାଁ ଜନସାଧରଣ ଜାଣିବା ଦରକାର ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଅର୍ଚ୍ଚନାଙ୍କ ସହ ଏଥିରେ ସମ୍ପୃକ୍ତ ସମସ୍ତଙ୍କର ଲାଇଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି।






More Stories
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….
ଓଏଏସ୍ ସ୍ତରରେ ଅଦଳ ବଦଳ…..