ରିପୋର୍ଟ କାର୍ଡ / ଭୁବନେଶ୍ୱର
ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍ ଜାମିନ ଆବେଦନ ଖାରଜ । ଜାମିନ ଖାରଜ କଲେ ଭୁବନେଶ୍ୱର SDJM । ଗତ ଶୁକ୍ରବାର ଅର୍ଚ୍ଚନାଙ୍କ ଜାମିନ ଆବେଦନ କରିଥିଲେ ତାଙ୍କ ଓକିଲ ଦେବାଶିଷ ମହାପାତ୍ର । ତେବେ ଏବେ ତାଙ୍କୁ ବେଲ୍ ମିଳିଲାନି ଫଳରେ ପୁଣିଥରେ ସେ ଜେଲକୁ ଫେରିବେ ବୋଲି ଶୁଣିବାକୁ ମିଳିଛି । ସେପଟେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଉପରୁ ପରଦା ହଟାଇବାକୁ ୫ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ଖଣ୍ଡଗିରି ଥାନା ପୋଲିସ । ରିମାଣ୍ଡରେ ନେଇ ସମସ୍ତ ରହସ୍ୟ ଉପରୁ ହଟାଇବାକୁ ପୋଲିସ ତନାଘନା ଚଳାଇଛି । ତେବେ ରିମାଣ୍ଡ ମିଳିବା ପରେ ଅର୍ଚ୍ଚନାକୁ ପୋଲିସ ଥାନାରେ ଆଣି ପଚରାଉଚୁରା କରିବ ନା ଝାରପଡା ଜେଲରେ ହିଁ ଜେରା କରିବ ତାକୁ ନେଇ ପ୍ରଶ୍ନ ଉଠିଛି ।






More Stories
ଚାମେଲି ଓଝାଙ୍କୁ ମିଳିଲା ଜାମିନ…..
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଚେମେଲୀଙ୍କୁ ୭୦ ଲକ୍ଷ ଟଙ୍କା….