ରିପୋର୍ଟ କାର୍ଡ / ବଲାଙ୍ଗୀର
ବଲାଙ୍ଗୀର ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ ହୋଇଛନ୍ତି | ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଉଭୟେ ମୁହାଁମୁହିଁ ହୋଇଥିବା ଜଣାପଡିଛି । ଆଜି ଡିଆରଡିଏ କନଫରେନ୍ସ ହଲରେ ଆୟୋଜିତ ଜିଲ୍ଲା ପରିଷଦ ବୈଠକରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା।ଏହାପରେ ସେ ଜିଲ୍ଲା ପରିଷଦ ବୈଠକରୁ ବାହାରି ଚାଲିଆସିଥିଲେ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲାପାଳ ସରକାରୀ ଫଣ୍ଡର ମନଇଚ୍ଛା ଉପଯୋଗ କରୁଛନ୍ତି। ସେ ବିଜୁ କେବିକେ ଯୋଜନାର ଗାଇଡଲାଇନକୁ ଉଲ୍ଲଙ୍ଘନ କରୁଛନ୍ତି। ସେ ଯାହା ଚାହୁଁଛନ୍ତି, ନିଜ ଇଚ୍ଛାରେ ଅନୁସାରେ ସେସବୁ କରୁଛନ୍ତି। ବିଜୁ କେବିକେ ଯୋଜନାର ଅଂଶକୁ ଜିଲ୍ଲାପାଳ ବ୍ଲକ ଗୁଡ଼ିକୁ ଠିକ୍ରେ ଭାବରେ ଦେଉନାହାନ୍ତି ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କମ୍ ସ୍କୁଲକୁ ୫ଟି ଅଧୀନରେ ରଖାଯାଇଛି। ଲୋକପ୍ରତିନିଧିଙ୍କୁ ଜିଲ୍ଲାପାଳ ଗୁରୁତ୍ୱ ଦେଉ ନାହାନ୍ତି।






More Stories
OAS ଅଧିକାରୀଙ୍କୁ ରଥଯାତ୍ରା ଦାୟିତ୍ୱ……
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ପ୍ରବଳ ବର୍ଷୀବ…..
ବଢିଲା ଧାନ ସଂଗ୍ରହ ଅବଧି…..