ରିପୋର୍ଟ କାର୍ଡ / ପୁରୀ
ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ମନ୍ଦିର ଦୃଶ୍ୟ ଉତ୍ତୋଳନ କରିବା ଜଣେ ବଙ୍ଗୀୟ ୟୁ ଟ୍ୟୁବରଙ୍କୁ ଗିରଫ କରାଯାଇଛି | ପୁରୀ ପୋଲିସ ବୁଧବାର ଅଭିଯୁକ୍ତ ଅନିମେଷ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗର ବାରାକ୍ପୁର ଅଞ୍ଚଳରୁ ଗିରଫ କରିଛି। ଶ୍ରୀମନ୍ଦିର ପ୍ରଶାସକଙ୍କ ଅଭିଯୋଗକୁ ଭିତ୍ତି କରି ତାଙ୍କ ବିରୋଧରେ ସିଂହଦ୍ୱାର ଥାନା ପୋଲିସ ଏକ ମକଦ୍ଦମା ରୁଜୁ କରିଛି। ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିର ଦୃଶ୍ୟ ଉତ୍ତୋଳନ କରି ଅନିମେଷ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିଥିଲେ। ତାହାକୁ ବିକ୍ରି କରି ସେ ଲୋକଙ୍କଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା।ନେତୃତ୍ୱରେ ଅଭିଯୋଗର ତଦନ୍ତ ପାଇଁ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା। ଏହାଛଡ଼ା ଭଏସ୍ ଅଫ୍ କମନମ୍ୟାନ ଗତ ଡିସେମ୍ବର ୩ତାରିଖରେ ଏହି ଘଟଣା ସାମ୍ନାକୁ ଆସିଥିଲା | ଥାନାରେ ହାଜର ହୋଇ ପକ୍ଷ ରଖିବା ପାଇଁ ସିଂହଦ୍ୱାର ପୋଲିସ ତାଙ୍କୁ ନୋଟିସ ଜାରି କରିଥିଲା। ସହରାଞ୍ଚଳ ଉପ ଆରକ୍ଷୀ ଅଧୀକ୍ଷକ କେ. ହରିପ୍ରସାଦଙ୍କ ପକ୍ଷରୁ ହେକ୍ଟର ମିଶ୍ର ଏ ସମ୍ପର୍କରେ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ। ପୁଲିସଠାରୁ ଅନୁମତି ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ସେ ଡ୍ରୋନ୍ ମାଧ୍ୟରେ ଶ୍ରୀମନ୍ଦିର ଦୃଶ୍ୟ ଉତ୍ତୋଳନ କରିଥିବା ଅନିମେଶ ପ୍ରଥମେ ସଫେଇ ଦେଇଥିଲେ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍ ଧରିବା ପରେ ଅନିମେଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମେତ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଥିଲେ ।
More Stories
ଚାନ୍ଦିପୁରରେ ବସିବ ସୁରକ୍ଷା ବୈଠକ……
ଅପରେଶନ ସିନ୍ଦୂରର:ଭୁବନେଶ୍ୱରରୁ ବିମାନ ଉଡାଣ ବାତିଲ…..
ଶାହାଙ୍କ ଓଡିଶା ଗସ୍ତ ବାତିଲ…..