ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୩ ଦିନ ମାରାଥନ ଶୁଣାଣି ପରେ ଆଜି ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିଛି | ଜାମିନ ମିଲିଥିଲେ ବି ଆଜି ଜେଲରେ ରହିବେ ଆର୍ଯ୍ୟନ | ଆସନ୍ତା କାଲି ପ୍ରକାଶ ପାଇବ ଚୂଡାନ୍ତ ବେଲ ଅର୍ଡ଼ର | ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି ବମ୍ବେ ହାଇକୋର୍ଟ | ଆର୍ୟନଙ୍କ ପକ୍ଷରୁ କେସ ଲଢୁଥିଲେ ମୁକୁଲ ରୋହତଗୀ । ଆର୍ଯ୍ୟନଙ୍କ ସହିତ ଅର୍ବାଜ ମର୍ଚ୍ଚାଣ୍ଟ, ମୁନମୁନ୍ ଧମେଚାଙ୍କୁ ମଧ୍ୟ ଜାମିନ୍ ମିଳିଛି । ଆର୍ୟନ ଖାନଙ୍କ ଓକିଲ ମୁକୁଲ ରୋହତଗୀ କହିଛନ୍ତି, ଶୁକ୍ରବାର କୋର୍ଟ ତାଙ୍କ ନିଷ୍ପତ୍ତି ଉପରେ ବିସ୍ତୃତ ନିର୍ଦ୍ଦେଶ ଜାରି କରିବେ, ଯାହା ପରେ ଆସନ୍ତାକାଲି କିମ୍ବା ପରଦିନ ସମସ୍ତ ଅଭିଯୁକ୍ତ ଜେଲରୁ ବାହାରିବେ। ଏନସିବି ଏହାର ଯୁକ୍ତି ଉପସ୍ଥାପନ କରିବା ପରେ ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୨ରେ ମୁମ୍ବାଇରେ କ୍ରୁଜ ଡ୍ରଗ୍ସ ପାର୍ଟି ଚଢାଉ ପରେ ଆର୍ୟନଙ୍କ ସମେତ ୮ ଜଣଙ୍କୁ ଏନ୍ସିବି ଗିରଫ କରିଥିଲା |






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….