ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଭାରତର ବିଭିନ୍ନ ଅଞ୍ଚଳରେ ପାଲେଷ୍ଟାଇନ ସମର୍ଥନରେ ଆନ୍ଦୋଳନ ହୋଇଛି। ହାଇଦ୍ରାବାଦ, ଜମ୍ମୁ କାଶ୍ମୀର ଏବଂ ଲକ୍ଷ୍ନୌରେ ସ୍ଥାନୀୟ ଲୋକମାନେ ଇସ୍ରାଏଲ ଆକ୍ରମଣ ବିରୋଧରେ ସ୍ଲୋଗାନ ଦେଇଛନ୍ତି ଏବଂ ପାଲେଷ୍ଟାଇନକୁ ସମର୍ଥନ କରି ଆନ୍ଦୋଳନ କରିଛନ୍ତି। ହାଇଦ୍ରାବାଦରେ କିଛି ସ୍ଥାନୀୟ ଲୋକ ଶୁକ୍ରବାର ପ୍ରାର୍ଥନା ପରେ ଗାଜାରେ ଇସ୍ରାଏଲ ଆକ୍ରମଣ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ହାତରେ ପ୍ଲାକାର୍ଡ ଧରି ସେମାନେ ଇସ୍ରାଏଲ ବିରୋଧରେ ସ୍ଲୋଗାନ ଦେଇ କହିଛନ୍ତି,‘ଗାଜା ୱିଲ୍ ନେଭର ଡାଏ’ ଏବଂ ‘ଲଙ୍ଗ୍ ଲିଭ୍ ପାଲେଷ୍ଟାଇନ୍’। ଜମ୍ମୁ କାଶ୍ମୀରର ବଡ଼ଗାମରେ ମଧ୍ୟ ଆନ୍ଦୋଳନ ହୋଇଛି। ଏଠାରେ ମଧ୍ୟ ଶୁକ୍ରବାର ପ୍ରାର୍ଥନା ପରେ ଆନ୍ଦୋଳନକାରୀମାନେ ଇସ୍ରାଏଲ ଏବଂ ଆମେରିକା ବିରୋଧରେ ସ୍ଲୋଗାନ ଦେଇଛନ୍ତି। ସେମାନେ କହିଛନ୍ତି, ଆମେ ପାଲେଷ୍ଟାଇନ୍କୁ ସମର୍ଥନ କରୁଛୁ। ଲକ୍ଷ୍ନୌରେ ମଧ୍ୟ ସମାନ ଆନ୍ଦୋଳନ ହୋଇଥିବା ସୂଚନା ମିଳିଛି |






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..