ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ପ୍ରକାଶ ପାଇବା ପିପିଲି ଉପନିର୍ବାଚନ ଫଳ । ଇଭିଏମ ମେସିନ ଭିତରେ ରହିଛି ପିପିଲି ପିପିଲି ଉପନିର୍ବାଚନ ପାର୍ଥୀଙ୍କ ଭାଗ୍ୟ | କିଏ ବାଜିମାତ ମାରିବ, କିଏ ପିନ୍ଧିବ ପିପିଲିର ମୁକୁଟ | ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି | ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି। କହିଛନ୍ତି, ଆସନ୍ତାକାଲି ସକାଳ ୮ ଟା ରୁ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଭୋଟ୍ ଗଣତିହେବ | ଏଥିଲାଗି ଦୁଇଟି କାଉଣ୍ଟର କରାଯିବ। ୩ ହଲରେ ଗଣତି ହେବ। ୨ଟିରେ ଇଭିଏମ ଓ ଗୋଟିଏ ରେ ଭିଭିପ୍ୟାଟ କାଉଣ୍ଟିଙ୍ଗ ହେବ। ପ୍ରଥମେ ୮ ଟାରୁ ପୋଷ୍ଟାଲ ବ୍ୟାଲଟ କାଉଣ୍ଟିଙ୍ଗ ଆରମ୍ଭ ହେବ । ସାଢେ ୮ଟାରେ ଇଭିଏମ କାଉଣ୍ଟ ହେବ। ଭୋଟ୍ ଗଣତି ପାଇଁ ୬୨ ଜଣ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ମୋଟ ୧୪ ଟି ଟେବୁଲରେ ଗଣତି ହେବ। ଗୋଟିଏ ହଲରେ ୭ ଟି ଟେବୁଲ ରହିବ। ପ୍ରତି ରାଜନୈତିକ ଦଳ ଏଜେଣ୍ଟ ଦେଇ ପାରିବେ। ଯେତେ ଲୋକ କାଉଣ୍ଟିଙ୍ଗ ସେଣ୍ଟରରେ ରହିବେ, ସମସ୍ତେ ଡବଲ ଡୋଜ କୋଭିଡ୍ ଟିକା ନେଇଥିବେ। କାଉଣ୍ଟ ରେଜଲ୍ଟ କ୍ୟାମେରା ମାଧ୍ୟମରେ ସ୍କ୍ରିନ ଜରିଆରେ ଲୋକଙ୍କୁ ଦେଖାଯିବ। ପ୍ରତି ରାଉଣ୍ଡର ଗଣତି ଫଳ ପ୍ରକାଶ କରାଯିବ। କାଉଣ୍ଟିଙ୍ଗ ସରିବା ପରେ ୫ ଟି ଭି ଭି ପ୍ୟାଂଟ ଓ ଇଭିଏମ ରେଜଲ୍ଟ ମ୍ୟାଚ କରାଯିବ। ଏଥିପାଇଁ ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……