ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ଠାରୁ ରାଜ୍ୟରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବ ବୋଲି କର୍ଣ୍ଣାଟକ ସରକାର ଆଜି ଘୋଷଣା କରିଛନ୍ତି। କରୋନାର ସଂକ୍ରମଣ ହ୍ରାସ ପାଉଥିବାରୁ ସରକାର କଟକଣାକୁ କୋହଳ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କେବଳ ଧର୍ମାନୁଷ୍ଠାନ ନୁହେଁ, ବରଂ ପାର୍କଗୁଡ଼ିକ ମଧ୍ୟ କାଲି ଠାରୁ ଖୋଲିବ। ନୂଆ ଗାଇଡଲାଇନ ଜାରି କରି କର୍ଣ୍ଣାଟକ ସରକାର କହିଛନ୍ତି, ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଓ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଆସନ୍ତକାଲି ଠାରୁ ଖୋଲିବ। ତେବେ ଏଠାକୁ ଆସୁଥିବା ଲୋକମାନେ ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ପାଳନ କରିବାକୁ ବାଧ୍ୟ । ସାମାଜିକ ଦୂରତା ଠାରୁ ଆରମ୍ଭ କରି ସମସ୍ତେ ମାସ୍କ ପିନ୍ଧିବେ। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏସ୍ଓପି ଜାରି କରାଯିବ। ତେବେ ମନ୍ଦିରରେ ଅନୁଷ୍ଠିତ ହେଉଥିବା ପର୍ବପର୍ବାଣୀ ଓ ଶୋଭାଯାତ୍ରା ଆୟୋଜନ କରାଯାଇ ପାରିବ ନାହିଁ। ପାର୍କ ଗୁଡ଼ିକ ମଧ୍ୟ କରୋନା କଟକଣା ମଧ୍ୟରେ ଖୋଲା ଯାଇପାରିବ ବୋଲି ଗାଇଡଲାଇନରେ କୁହାଯାଇଛି।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..