ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୋଲିସ ଗୁଳିରେ କୁଖ୍ୟାତ ଗାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି । ଚୌଦ୍ୱାର ଜେଲରୁ ହାଇଦରକୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏନକାଉଣ୍ଟର ହୋଇଥିଲା । ହାଇଦର ଦେହରେ ତିନି ରାଉଣ୍ଡ ଗୁଳି ବାଜିଥିଲା । ବାଲେଶ୍ୱର ସିମୁଳିଆ ଠାରେ ହାଇଦର ପରିଶ୍ରା କରିବା ବାହାନାରେ ଖସିଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ଏନକାଉଣ୍ଟରରେ ହାଇଦରର ବାମ ହାତ ଓ ପେଟରେ ଗୁଳି ବାଜିଥିଲା । ଏନକାଉଣ୍ଟର ପରେ ଗୁରୁତର ଆହତ ହୋଇ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ହାଇଦରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଲ୍ଳେଖଯୋଗ୍ୟକି – କିଛି ଦିନ ତଳେ କଟକ ବଡ଼ମେଡିକାଲରୁ ଖସି ଯାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର। ତେଲେଙ୍ଗାନା ସାଙ୍ଗାରେଡ୍ଡି ଜିଲ୍ଲାରୁ ଗିରଫ କରାଯାଇଥିଲା। ପରେ କୋଭିଡ଼ ଆକ୍ରାନ୍ତ ହେବାରୁ ଚୌଦ୍ୱାର ଜେଲରେ ରଖାଯାଇଥିଲା। ଏନେଇ କଟକ ଡିସିପି ପ୍ରତୀକ ସିଂ ପ୍ରେସମିଟ୍ କହିଛନ୍ତି ଯେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିଲା। ଗ୍ୟାଙ୍ଗଷ୍ଟର ହାଇଦରକୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ଏନକାଉଣ୍ଟର ହୋଇଥିଲା | ବାଲେଶ୍ୱର ସିମୁଳିଆ ନିକଟରେ ପ୍ରାୟ ଅପରାହ୍ନ ୩.୨୦ ସମୟରେ ପରିସ୍ରା ଯିବା ପାଇଁ କହିଥିଲା।ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ। ଗୁଳିଟି ତାର ପେଟ ଆଉ ହାତରେ ବାଜିଥିଲା । ଗୁରୁତର ଅବସ୍ଥାରେ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |






More Stories
ସ୍କୁଲ ଛୁଟି ଘୋଷଣା….
ଗରିବଙ୍କୁ ଦିଆଯିବ ଫ୍ଲାଟ୍…..
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଏସ୍ଓପି….