ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁକୁ ଜେଲରୁ ମୁକୁଳିବ। ତାକୁ ରାଜସ୍ଥାନ ହାଇକୋର୍ଟ ଚିକିତ୍ସା ନିମନ୍ତେ ୭ ଦିନର ପାରୋଲ ଦେଇଛନ୍ତି। ୮୫ ବର୍ଷୀୟ ଆଶାରାମ ଏବେ ପୋଲିସର କଡ଼ା ସୁରକ୍ଷାବଳୟ ମଧ୍ୟରେ ନିଜର ଚିକିତ୍ସା ପାଇଁ ମହାରାଷ୍ଟ୍ର ଯିବ। ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ଆଶାରାମ ବାପୁ ୨ଥର ପାରୋଲ ପାଇଁ କରିଥିବା ଆବେଦନକୁ ଖାରଜ କରିଥିଲେ। ସେ ପାରୋଲରେ ଗଲେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବା କୋର୍ଟ କହିଥିଲେ। ହେଲେ ଏଥର ଚିକିତ୍ସା ପାଇଁ ତାକୁ ୭ ଦିନର ପାରୋଲ ମିଳିଛି। ଚଳିତ ବର୍ଷ ଫେବୃଆରୀ ମାସରେ ଆଶାରାମ ବାପୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ ଜେଲରୁ ଯୋଧପୁର ଏମ୍ସକୁ ନିଆଯାଇଥିଲା। ଚିକିତ୍ସା ପରେ ସେ ଜେଲକୁ ଫେରିଥିଲେ। ନିଜର ଆଶ୍ରାମ ଭିତରେ ଜଣେ କିଶୋରୀଙ୍କୁ ଆଶାରାମ ଦୁଷ୍କମ କରିଥିଲା। ଏଥିପାଇଁ ଯୋଧପୁରରେ ଥିବା ଗୋଟିଏ ପୋକ୍ସ କୋର୍ଟ ତାକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଯୋଧପୁରର କେନ୍ଦ୍ରୀୟ ଜେଲରେ ବନ୍ଦୀ ଜୀବନ କାଟୁଛି।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..