ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଛନ୍ତି। ଗୃହମଧ୍ୟକୁ ବିରୋଧୀ ବିଜେଡି ସଦସ୍ୟମାନେ ରାଜ୍ୟପାଳଙ୍କ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କୁଅାଡ଼େ ଗଲା ଓଡ଼ିଆ ଅସ୍ମିତା ବୋଲି କହି ବିରୋଧୀ ସଦସ୍ୟମାନେ ହୋହାଲ୍ଲା କରିଥିଲେ। ଏହାପରେ ବିରୋଧୀ ବିଜେଡି ଓ ଶାସକ ବିଜେପି ସଦସ୍ୟମାନେ ମୁହାଁମୁହିଁ ହୋଇଥିଲେ। ଏହାଫଳରେ ବାଚସ୍ପତି ସୁରମା ପାଢ଼ୀ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
More Stories
ବାଣ ଗୋଦାମରେ ବିସ୍ଫୋରଣ, ୫ ଗୁରୁତର…..
ପୋଲ ତଳକୁ ଖସିଲା ବସ୍,୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ…..
ଲକ୍ଷ୍ମୀ ବସ୍-ହାଇୱା ମୁହାଁମୁହିଁ ଧକ୍କା….