ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦହି-ଚିନି ଖୁଆଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ଭାରତୀୟ ପରମ୍ପରା ଅନୁସାରେ ଦହି-ଚିନି ଖାଇବାକୁ ଶୁଭ ବୋଲି ମନାଯାଉଥିବାରୁ ରାଷ୍ଟ୍ରପତି ସେହି ଔପଚାରିକତା ପୂରା କରିଛନ୍ତି।ପରମ୍ପରା ଅନୁଯାୟୀ ସୀତାରମଣ ଏବଂ ଏମ୍ଓଏନ୍ (ଫାଇନାନ୍ସ) ପଙ୍କଜ ଚୌଧୁରୀ ୨୦୨୪-୨୫ ପାଇଁ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଡାକିଥିଲେ।ଏହାପୂର୍ବରୁ ଅର୍ଥମନ୍ତ୍ରୀ ଅର୍ଥ ମନ୍ତ୍ରଣାଳୟ ବାହାରେ ବଜେଟ୍ ଡକ୍ୟୁମେଣ୍ଟ୍ ଗୁଡ଼ାଯାଇଥିବା ଏକ ନାଲି ଥଳି ଓ ଟାବଲେଟ୍ ସହିତ ଫଟୋ ପୋଜ୍ ଦେଇଥିଲେ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..