Report Card Odisha

| Daily Odia News

୨୨ରୁ ବିଧାନସଭା ଅଧିବେଶନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସପ୍ତଦଶ ବିଧାନସଭାର ସପ୍ତମ ତଥା ମୌସୁମି ଅଧିବେଶନ ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ |ଏନେଇ ଗୁରୁବାର ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। ଏଥିରେ ୮ଟି ସରକାରୀ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ ୯ଟି କାର୍ଯ୍ୟଦିବସ ରହିବ। ସେପ୍ଟେମ୍ବର ୨୬ ଓ ୨୭ ସରକାରୀ ଛୁଟି ଯୋଗୁଁ ଗୃହକାର୍ଯ୍ୟ ବନ୍ଦ ରହିବ। ସେହିପରି ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ପାଇଁ ମଧ୍ୟ ଗୃହକାର୍ଯ୍ୟ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Breaking News