ରିପୋର୍ଟ କାର୍ଡ / କଟକ
ଆଠଗଡ ତିଗିରିଆ ପାଞ୍ଚଗାଁରେ ଚାଞ୍ଚଲ୍ୟ। ବିଧବା ମହିଳାଙ୍କୁ ହତ୍ୟା କରିବା ପରେ ଥାନାରେ ଆତ୍ମସର୍ମପଣ କଲା ଅଭିଯୁକ୍ତ। ଅଭିଯୁକ୍ତ ଯୁବକ ଜଣକ କାର୍ତ୍ତିକ ସେଠୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ୧୦ ବର୍ଷ ବୟସରୁ କାର୍ତ୍ତିକ ବିଧବା ମହିଳାଙ୍କ ଘରେ ରହିଆସୁଥିଲେ। ମହିଳାଙ୍କ ଘରେ କେହି ନଥିବାରୁ କାର୍ତ୍ତିକ ତାଙ୍କ ଘରେ ବୁଝାସୁଝା କରନ୍ତି। ମଝିରେ ମଝିରେ କାର୍ତ୍ତିକ ଓ ବିଧବା ମହିଳାଙ୍କର ଝଗଡ଼ା ହୋଇଥାଏ।ଶୁକ୍ରବାର ରାତିରେ ବିଧବା ମହିଳାଙ୍କ ସହ କାର୍ତ୍ତିକଙ୍କର ବଚସା ହୋଇଥିଲା। ପରେ କାର୍ତ୍ତିକ ବିଧବା ମହିଳାଙ୍କ ତଣ୍ଟି କାଟି ହତ୍ୟା କରିଥିଲା। ପରେ ତିଗିରିଆ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା। ପୋଲିସ କାର୍ତ୍ତିକଙ୍କୁ ଅଟକ ରଖିଛି।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..