ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦ୍ୱିତୀୟ ଥର ଜେଲରୁ ବାହାରକୁ ଆସିବେ ଗୁରମୀତ ରାମ ରହିମ। ସେ ଏବେ ହରିୟାଣା ରୋହତକର ସୁନାରିୟା ଜେଲରେ ଅଛନ୍ତି। ଆଜି ରାମ ରହିମଙ୍କୁ କୋର୍ଟ ୫୦ ଦିନିଆ ପାରୋଲ ଦେଇଛନ୍ତି। ଠିକ୍ ୨୯ ଦିନ ପୂର୍ବରୁ ସେ ଜେଲରୁ ବାହାରକୁ ଆସିଥିଲେ। ହରିୟାଣା ସରକାର ବାବା ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲ ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ୟୁପି ବାଗପାଟର ବର୍ଣ୍ଣୱା ଆଶ୍ରମରେ ରହିବେ। ଶୁକ୍ରବାର ସନ୍ଧ୍ୟା କିମ୍ବା ଶନିବାର ସକାଳେ ରାମ ରହିମ ରୋହତକ ଜେଲରୁ ବାହାରିବେ। ହରିଆଣା ଜେଲର ନିୟମ ମୁତାବକ ଆଜୀବନ ଜେଲ କାଟୁଥିବା କୌଣସି ବି କଏଦୀ ବର୍ଷରେ ୭୦ ଦିନ ପାରୋଲରେ ଯାଇପାରିବେ । ହରିଆଣା ସରକାର ରାମ ରହିମଙ୍କୁ ନଭେମ୍ବର ମାସରେ ୨୧ ଦିନ ପାଇଁ ପାରୋଲ ଦେଇଥିଲେ । ସେତେବେଳେ ସେ ୨୧ ଦିନ ଯାକ ଉତ୍ତର ପ୍ରଦେଶର ବାଗବତ ଆଶ୍ରମରେ ରହିଥିଲେ । ଏହାପରେ ଡିସେମ୍ବର ୨୧ ତାରିଖରେ ସେ ଜେଲକୁ ଫେରିଯାଇଥିଲେ ।






More Stories
ଆଣ୍ଠେଇ ମୁଣ୍ଡିଆ ମାରିଲେ ମୋଦୀ…..
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ…..
ରାଜା ସୁବ୍ରମଣି ହେଲେ ନୂଆ ସିଡିଏସ୍…..