ରିପୋର୍ଟ କାର୍ଡ / ବାଲେଶ୍ଵର
ବାଲେଶ୍ୱର ବାହାନଗା ବଜାର ରେଳ ଷ୍ଟେସନ ଦିନେ କୋଳାହଳ ଥିବା ବେଳେ ଏବେ ଖାଁ ଖାଁ ହୋଇପାଇଛି | ସେଠାରେ ଏବେ କୌଣସି ଟ୍ରେନ୍ ଅଟକିବ ନାହିଁ । ଟ୍ରେନ୍ ଦୁର୍ଘଟଣା ପଛରେ କେଉଁ କାରଣ ରହିଛି, ସେନେଇ ସିବିଆଇ ଟିମ୍ ତାର ତଦନ୍ତକୁ ଜୋରଦାର କରିଛି। ତଦନ୍ତ ଦାୟିତ୍ବ ନେବା ପରେ ଦୁର୍ଘଟଣା ସ୍ଥଳଠୁ ନେଇ ବାହାନଗା ଷ୍ଟେସନକୁ ଯାଇ ଘନ ଘନ ଯାଞ୍ଚ କରୁଛି ସିବିଆଇ। ରିଲେ ପ୍ୟାନେଲ୍ ସିଲ୍ ହୋଇଥିବାରୁ ଏହି ନିଷ୍ପତ୍ତି ନିିଆଯାଇଛି । ପରବର୍ତ୍ତୀ ନୋଟିସକୁ ଅପେକ୍ଷା କରଯାଇଛି । ପରବର୍ତ୍ତୀ ନୋଟିସ୍ ଆସିବା ପର୍ଯ୍ୟନ୍ତ ସେଠାରେ କୌଣସି ଟ୍ରେନ୍ ଅଟକିବ ନାହିଁ । ଏନେଇ ଦକ୍ଷିଣ ପୂର୍ବ ରେଳତଟ ସିପିଆରଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି ।






More Stories
ମୁଁ ଇସ୍ତଫା ଦେବି ନାହିଁ…..
ସରକାରୀ ଅର୍ଥରେ ରାଘବ ଚଢ଼ାଙ୍କୁ ଟାର୍ଗେଟ….
ଓଏଏସ୍ ସ୍ତରରେ ଅଦଳବଦଳ…..