ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଇଥିବା ନେଇ ବିଜେପି ନେତା ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି | ଆଗରୁ ମଧ୍ୟ ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଇଛି l ଏବେ ଯେଉଁ ଗଣମାଧ୍ୟମ ଉପରେ ଆକ୍ରମଣ ହେଉଛି ତାହାକୁ କେବଳ ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ବୋଲି କୁହାଯିବ | ବୈଜୟନ୍ତ କହିଛନ୍ତି ଯେ ଆଗରୁ ସବୁ ଭଲ ଥିଲା, ନେତା ବି ଭଲ ଥିଲେ ଓ ଆଗରୁ ସରକାର କଣ ଜାଣିନଥିଲେ | ହେଲେ ଏବେ ରାଜନୈତିକ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି | ରାଜନୈତିକ ଉଦ୍ଦେଶ୍ୟରେ ଆଗରୁ କିଛି କରୁନଥିଲେ ବା ଏବେ କରୁଛନ୍ତି | ଲୋକ ସବୁ ଜାଣିବା ଉଚିତ, ଲୋକଙ୍କ ଆକ୍ରୋଶ ଏବେ ଦେଖାଯାଉଛି | ଲୋକ ଜାଣିବା ଉଚିତ ଯେ କେଉଁ ପ୍ରକାର ଭ୍ରଷ୍ଟାଚାର ଏଠି ହେଉଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..