ରିପୋର୍ଟ କାର୍ଡ / ପାଟଣାଗଡ଼
ରାଜ୍ୟସଭାର ସଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। କାରରେ ସାଂସଦ ଥିଲେ କି ନାହିଁ ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ସାଂସଦଙ୍କ ଗାଡିର ସାମ୍ନାପଟ କ୍ଷତିଗ୍ରସ୍ତ ହୋଇଛି । ସାଂସଦଙ୍କ କାରଟି ସ୍କୁଟିକୁ ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ମିଳିଥିବା ସୁଚନା ଅନୁସାରେ, ରାଜ୍ୟସଭାର ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାଟି ପାଟଣାଗଡ଼ ନିକଟରେ ଘଟିଛି । ଦୁର୍ଘଟଣାର କିଛି ସମୟ ମଧ୍ୟରେ ସ୍କୁଟି ଚାଳକକୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ସ୍କୁଟି ଚାଳକକୁ ମୃତ ଘୋଷଣା କରିଛନ୍ତି । ମୃତ ସ୍କୁଟି ଆରୋହୀ ଜଣକ ଲାରମ୍ଭାରେ ଥାନା ଇନପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡିଛି । ଏନେଇ ପାଟଣାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।






More Stories
ରଥଯାତ୍ରା ପାଇଁ ପରିବହନ ବିଭାଗର ନୂଆ ନିୟମ…..
ନବୀନ କରିବେ ବଡ଼ ଘୋଷଣା!…..
ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ…..